ଶୁଭଦୃଷ୍ଟି - ଓଡ଼ିଶାର ସମୃଦ୍ଧ ସାହିତ୍ୟ ଏବଂ ସଂସ୍କୃତିକୁ ସଂରକ୍ଷଣ କରିବା ଏବଂ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏକ ଡିଜିଟାଲ ଓଡ଼ିଆ ପତ୍ରିକା । ଏହାର ଆରମ୍ଭ ୨୦୧୮ ମସିହାରେ ଦୁଇ ଯୁବ ଛାତ୍ର, ପ୍ରଭାତ ଏବଂ ଶୁଭକାନ୍ତଙ୍କ ଦ୍ୱାରା ଏକ ୱେବ୍ ପୋର୍ଟାଲ୍ ଭାବେ ହୋଇଥିଲା, ପରେ ୨୦୨୦ ମସିହାରେ ଆଉ କିଛି ଉତ୍ସାହୀ ଯୁବ ଛାତ୍ରମାନଙ୍କ ସହଯୋଗରେ ଶୁଭଦୃଷ୍ଟି ଏକ ଡିଜିଟାଲ ଓଡ଼ିଆ ପତ୍ରିକା ଭାବେ ପ୍ରକାଶିତ ହେଲା। ଯାହାର ଲକ୍ଷ୍ୟ ଥିଲା ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଏକ ରୁଚିକର ଓଡ଼ିଆ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇବା । ଏକ ପତ୍ରିକାରୁ ଧୀରେ ଧୀରେ ଏହା ଏକ ସକ୍ରିୟ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ଓଡ଼ିଆ ଲେଖକ, କବି, କଳାକାର ଏବଂ ପାଠକମାନେ ଏକାଠି ହୋଇ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ଆଗକୁ ବଢ଼ାଇବାରେ ସହଯୋଗ କରୁଛନ୍ତି।